ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ସାନମଣଦା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସ୍ଥାନୀୟ ଯୋଡ଼ାପୋଖରୀ ଗ୍ରାମର ସାଉନା ମୁର୍ମୁ(୨୯) ଓ ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳର ଗୁଲାମ ମୁସ୍ତଫା(୩୫)। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ.୯୮/୨୧) ରୁଜୁ କରି ତଦନ୍ତ ଚଳାଇଛି। ମୃତକ ଦ୍ୱୟ ଦୁଇଟି ବାଇକ୍ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସାଉନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରତର ଅବସ୍ଥାରେ ଗୁଲାମଙ୍କୁ ବାରିପଦା ପିଆର୍ଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ପ୍ରକାଶ କରିଛନ୍ତି