Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଭାଜପାରେ ଯୋଗ ଦେଲେ ୨ ବିଧାୟକ

ଇମ୍ଫାଲ,୮।୧୧: ମଣିପୁରରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସର ଦୁଇ ଜଣ ବିଧାୟକ ରାଜକୁମାର ଇମୋ ସିଂ ଏବଂ ୟାମଥୋଙ୍ଗ ହୋକିପ ଦଳ ଛାଡି ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗ ଦେଇଛନ୍ତି। ଭାଜପା ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉଭୟ ବିଧାୟକଙ୍କୁ ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ। ଆର.କେ ସିଂ ଏବଂ ହୁକିପ ଯଥାକ୍ରମେ ୨୦୧୨ ଏବଂ ୨୦୧୭ ରେ କଂଗ୍ରେସ ଟିକେଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ରାଜକୁମାରଙ୍କୁ କିଛି ଦିନ ପୂର୍ବରୁ କଂଗ୍ରେସ ଦଳରୁ ନିଲମ୍ବିତ କରିଥିଲା।

Share