ରାୟଗଡ଼ା ଅଫିସ,୨୪।୩: ରାୟଗଡ଼ା ପୋଲିସ ନିକଟରେ ବୁଧବାର ୨ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ନିର୍ଯାତନା, ଯୌନ ଶୋଷଣ ଅତ୍ୟାଚାର ବଢ଼ୁଥିବାରୁ ଏହି ଦୁଇ ମାଓବାଦୀ ସଂଗଠନ ଛାଡ଼ି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନେ ହେଲେ ସୁନାବେଡ଼ା ଏରିଆ କମିଟି ତଥା ମେନପୁର ନୂଆପଡା ଡିଭିଜନର ଏରିଆ କମିଟି ସଦସ୍ୟ ମଙ୍କୁ ଓ ରାମ ଓରଫ ଜୟ ରାମ। ସେହିପରି କେକେ ବିଏନ କମିଟି ସଦସ୍ୟ ଲାଛୁ ମାଡ଼କାମ ଆତ୍ମସମର୍ପଣ କରିଛନ୍ତି। ଉଭୟଙ୍କ ନାମରେ ରାୟଗଡ଼ା କଳାହାଣ୍ଡି କନ୍ଧମାଳ ଜିଲାରେ ବହୁ ମାମଲା ରହିଥିବା କହିଛନ୍ତି ଏସ୍ପି ବିବେକାନନ୍ଦ ଶର୍ମା।