ପୋଲିସ ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର,୨୩ା୭ (ବ୍ୟୁରୋ): ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ଆଉଏକ ସଫଳତା ମିଳିଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଅଞ୍ଚଳରେ କୋମ୍ବିଂ ଅପରେଶନ୍‌ବେଳେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ହେଉଛନ୍ତି ମହିଳା। ମାଓବାଦୀ ପୋଷାକ ପିନ୍ଧିଥିବା ଅବସ୍ଥାରେ ଦୁଇ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଗୁରୁବାର ଭୁବନେଶ୍ୱରସ୍ଥିତ ପୋଲିସ ସେବାଭବନରେ ଅନୁଷ୍ଠିତ ଭର୍ଚୁଆଲ୍‌ ପ୍ରେସ୍‌ ମିଟ୍‌ରେ ଡିଜିପି କହିଛନ୍ତି, ମୃତ ମାଓବାଦୀଙ୍କ ପରିଚୟ ମିଳିନାହିଁ। ସେମାନେ କେଉଁ ଅଞ୍ଚଳର ଓ ତାଙ୍କ ମୁଣ୍ଡ ପାଇଁ କେତେ ଟଙ୍କାର ପୁରସ୍କାର ରହିଥିଲା ତାହା ଯାଞ୍ଚ କରାଯାଉଛି।