ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଖବରରୁ ପ୍ରକାଶ, ମାଓବାଦୀମାନେ ଗୁଡ଼ରା ଜଙ୍ଗଲରେ କ୍ୟାମ୍ପ କରିଥିବା ସୂଚନା ପାଇ ଡିଆର୍‌ଜି ଓ ସିଆର୍‌ପିଏଫ ଯବାନ ମିଳିତ କୋମ୍ବିଂ ଅପରେଶନ କରିଥିଲେ। ଏହି ସମୟରେ ପୋଲିସ ସହ ମାଓବାଦୀଙ୍କ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେଶନ ବେଳେ ଜଙ୍ଗଲରୁ ୨ଜଣ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି। ଯବାନମାନେ ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ଘଟଣାସ୍ଥଳରେ ଅପରେଶନ ଜାରି ରହିଥିବା ଦାନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ପରୀକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଅନିୟମିତତା କଲେ ଦୋଷୀଙ୍କୁ ମିଳିବ…

ଭୁବନେଶ୍ୱର,୧୩ା୧୧: ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୫ ବର୍ଷ...

ଲୁହାରଡ୍‌ ଚୋରି କରି ଜେଲ୍‌ ଗଲେ ୮

କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମସ୍ଥିତ କେସିଙ୍ଗା ଏନ୍‌ଏସିର ଆବର୍ଜନା ଗୃହଠାରୁ ଲୁହାରଡ୍‌ ଚୋରି ଘଟଣାରେ ୮ଜଣ ଚୋରଙ୍କୁ...

ହତ୍ୟାକାରୀଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ହତ୍ୟା ମାମଲାର କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜ୍‌ ମମିତା ଦାସ ବୁଧବାର ଦୋଷୀ ସାବ୍ୟସ୍ତ କରି ରାୟରେ ସଦର ବ୍ଲକ ମଇଦାନ...

ମାଣ୍ଡିପଙ୍କାକୁ ଜଳଯୋଗାଣ ପରେ ଏବେ ରାସ୍ତା କାର୍ଯ୍ୟ ଆରମ୍ଭ

ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ବାସି ଜାଉ ଖାଇ ଦୁଇ ଜଣଙ୍କ ଅକାଳ ବିୟୋଗ ଓ...

ବସ୍‌ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ: ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ…

ଝରିଗାଁ,୧୩ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମ ନିକଟରେ ଲକ୍ଷ୍ମୀବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ...

ଜାନୁଆରୀ ମାସରେ ଦିଆଯିବ ନୂଆ ରାସନ କାର୍ଡ; ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୧୩।୧୧: ଆସନ୍ତା ବର୍ଷ ଜାନୁଆରୀ ଲୋକମାନଙ୍କୁ ମିଳିବ ନୂଆ ରାସନ କାର୍ଡ। ବୁଧବାର ଏନେଇ ସୂଚନ ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପ୍ରାପ୍ୟ ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଉଛି, ପ୍ରଶାସନ ଚୁପ୍‌

ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): ସବୁ କଚ୍ଚା ଘରକୁ ସରକାର ପକ୍କା କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେଉଛନ୍ତି। ହେଲେ ଏଥିରେ ସରକାରୀ କର୍ମଚାରୀମାନେ...

ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ, ମିଳିଲା ଅନୁମତି

ଭୁବନେଶ୍ୱର,୧୩।୧୧: ଏଣିକି ମନ୍ତ୍ରୀମାନେ ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ। ବୁଧବାର ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତି ମିଳିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri