Categories: ଜାତୀୟ

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଅନନ୍ତନାଗ,୧୦ ।୭: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର କବାରିଗାମ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସେଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀମାନେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ସୁରକ୍ଷାକର୍ମୀ ଏହାର କଡା ଜବାବ ଦେଇଛନ୍ତି । ସୂଚନାଯୋଗ୍ୟ, ଆତଙ୍କବାଦମାନେ ଏକ ଗାଁରେ ଥିବା ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହାପରେ ଜମ୍ମୁ-କଶ୍ମୀର ପୋଲିସ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ(ସିଆର୍‌ପିଏଫ୍‌)ର ଯବାନମାନେ ସେହି ଗାଁରେ ପହଞ୍ଚିଥିଲେ । ଠିକ୍ ଏତିକିବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳି କରିବା ଆରମ୍ଭ କରିଥିଲେ । ଏହାର ଜବାବ ଦେବାକୁ ଯାଇ ଯବାନମାନେ ପାଲଟା ଗୁଳି ଚାଳନା କରିବାରୁ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

Share