Categories: ଜାତୀୟ

ନିହତ ହେଲେ ଲସ୍କରର ୨ ଆତଙ୍କବାଦୀ

ଶ୍ରୀନଗର, ୪ା୧: ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମଙ୍ଗଳବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଭୟ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ହୋଇଥିବା ଜଣାପଡିଛି। ଲସ୍କର-ଇ-ତୋଇବା ଏବଂ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ସହ ସେମାନଙ୍କ ଲିଙ୍କ୍‌ ରହିଥିଲା ବୋଲି ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି।

ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ସେତିକିବେଳେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ। ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି।

Share