Advertisement

ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ

କୋରାପୁଟ,୨୩।୨(ଅମିତାଭ ବେହେରା ): ରବିବାର ଅପରାହ୍ନରେ କୋରାପୁଟ ଜିଲାର ଲମତାପୁଟ ବ୍ଲକର ଆଉଡି ପଡା ଗାଁରେ ଏକ ବଡ଼ ଅଘଟଣ ଘଟିଛି। ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ଜୀବନ ଚାଲିଯାଇଛି l ମୃତକ ଦୁଇ ଜଣ ହେଲେ ଲମତାପୁଟ ବ୍ଲକ ଅଉଡିପଡା ଗ୍ରାମର ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା।

ଗାଁ ପାଖରେ ଥିବା ପୋଖରୀକୁ ଗାଧେଇବାକୁ ଯାଇ ପୋଖରୀରେ ବୁଡି ଯାଇଥିଲେ l ବୁଡିବା ସମୟରେ ଉଭୟଙ୍କ ସାଙ୍ଗମାନେ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ l ପରିବାର ବର୍ଗ ଏବଂ ଗ୍ରାମବାସୀ ମିଶିି ଉଭୟ ନାବାଳକଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଛି l ଲମତାପୁଟ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିି ତଦନ୍ତ ଆରମ୍ଭ କରିଛି l