୨ ହଜାର ଟଙ୍କାରେ ଦୁଇ ମାସର ଶିଶୁପୁତ୍ରକୁ ବିକିଥିଲେ, ଏବେ ୩ ବନ୍ଧାହେଲେ

ବାରିପଦା ଅଫିସ,୨୩ା୮: ଦୁଇ ମାସର ଶିଶୁପୁତ୍ରକୁ ୨ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ନେଇ ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁର ଜନୈକା ମହିଳା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଶିଶୁ ବିକିଥିବା ବ୍ୟକ୍ତି ଓ କିଣିଥିବା ଦମ୍ପତିଙ୍କୁ ଗିରଫ କରି ରାଇରଙ୍ଗପୁର ଅଞ୍ଚଳରୁ ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣା ନେଇ ଝାରପୋଖରିଆ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

Share