୨ ମାସ ପୂର୍ବରୁ ଆଲିଆ ଗର୍ଭବତୀ ଥିବା କହିଥିଲେ ଜଣେ ମହିଳା, ବ୍ୟାନ ହୋଇ ଯାଇଥିଲା ଆକାଉଣ୍ଟ

ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହର ମାତ୍ର ୨ ମାସ ପରେ ସେ ଗର୍ଭବତୀ ଥିବା ଜଣାଇଥିଲେ। ଏହି ଖୁସି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତ୍ର ଏହି ବିଷୟରେ ଜଣେ ମହିଳା ଆଗରୁ ସୂଚନା ଦେଇଥିଲେ।
ଏପ୍ରିଲ ମାସରେ ଆଲିଆ ଗର୍ଭବତୀ ଥିବା ନେଇ ଜଣେ ମହିଳା ରେଡିଟ୍‌ରେ ଲେଖିଥିଲେ। ସେହି ପୋଷ୍ଟକୁ ଦେଖି ଫେକ କହି ରେଡିଟ୍‌ ଗ୍ରୁପ୍‌ରୁ ବ୍ୟାନ କରି ଦେଇଥିଲେ। ବର୍ତ୍ତମାନ ଏବେ ସେ ପୁଣି ଥରେ ଫେରିଛନ୍ତି । ଯାହା ପରେ ସୋସିଆଲ ମିଡିଆ ୟୁଜର୍ସ ଚାହୁଁଛନ୍ତି କି ମହିଳାଙ୍କୁ ସମ୍ମାନିତ କରାଯାଉ।
କହିବାକୁ ଗଲେ ବଲି ବ୍ଲାଇଣ୍ଡସ ଗସିପ ଏପ୍ରିଲ୍‌ରେ ଏକ ପୋଷ୍ଟ କରିଥିଲା। ପରେ ରେଡିଟ୍‌ର ଜଣେ ୟୁଜର୍ସ କହିଥିଲେ, ମିସ ଭଟ୍ଟ ଗର୍ଭବତୀ ଅଛନ୍ତି। ଏହି ଖବର ଗୋଟିଏ ସୋରର୍ସରୁ ମିଳିଛି । ଯିଏ ତାଙ୍କର ବନ୍ଧୁ ବା ମେକଅପ ଆର୍ଟିଷ୍ଟ। ଏହା ଶୁଣିବା ପରେ ୟୁଜର୍ସମାନେ ଦାବି କରିଥିଲେ କି ସେ ଗସିପ ପାଇଁ ଏହି ସବୁ କହିଥିଲେ। ଏହା ସମ୍ପୂର୍ଣ୍ଣ ଭାବରେ ଗୁଜବ। ଏସବୁ ପରେ ମହିଳାଙ୍କ ଆକାଉଣ୍ଟକୁ ବ୍ୟାନ କରି ଦିଆଯାଇଥିଲା।

Share