Categories: ଜାତୀୟ

ପଦ ଛାଡିବେ ମହାରାଷ୍ଟ୍ରର ଆଉ ୨ ମନ୍ତ୍ରୀ

ମୁମ୍ବାଇ, ୮।୪: ମହାରାଷ୍ଟ୍ରର ଅନ୍ୟ ୨ ଜଣ ମନ୍ତ୍ରୀ ୧୫ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର କହିଛନ୍ତି। ରାଜ୍ୟରେ ଯେଉଁଭଳି ଦୁର୍ନୀତି ଚାଲିଛି, ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି। ନିଲମ୍ବିତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କ ନିଯୁକ୍ତି କାଏମ ରଖିବା ଲାଗି ତାଙ୍କୁ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ୨ କୋଟି ଟଙ୍କା ମାଗିଥିଲେ ବୋଲି ଓ୍ବାଜେ ଏକ ପତ୍ର ମାଧ୍ୟମରେ ଅଭିଯୋଗ ଆଣିଥିଲେ। ଏଥିସହିତ ଅନ୍ୟତମ ମନ୍ତ୍ରୀ ଅନିଲ ପରବ ତାଙ୍କୁ ଠିକାଦାରମାନଙ୍କଠାରୁ ବଟି ସଂଗ୍ରହ କରିବା ନିମନ୍ତେ କହିଥିବା ଓ୍ବାଜେ ବୁଧବାର ଏକ ପତ୍ର ମାଧ୍ୟମରେ ଅଭିଯୋଗ ଆଣିଥିଲେ। ବମ୍ବେ ହାଇକୋର୍ଟ ଦେଶମୁଖଙ୍କ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସେ ଗତ ସୋମବାର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦୁର୍ନୀତିରେ ସମ୍ପୃକ୍ତ ୨ ମନ୍ତ୍ରୀଙ୍କ ବିରୋଧରେ କିଛି ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଥିବାରୁ ସେମାନେ ୧୫ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଭାଜପା ନେତା କହିଛନ୍ତି।

Share