ଗାନ୍ଧିନଗର,୧୦ ।୧୨: ଗୁଜରାଟରେ ଆଉ ୨ ଓମିକଅନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ଜାମନଗରର ପୂର୍ବ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବେଳେ ସେମାନଙ୍କର ଏବେ ଟେ୍େଯ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଗୁଜରାଟରେ ଏବେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ପ୍ରଥମେ ଜଣେ ୭୨ ବର୍ଷର ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପତ୍ନୀ ଓ ଭାଇ ପରେ ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି ।