କିଭ୍, ୧ା୬: ୟୁକ୍ରେନ୍ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଆଲେକଜାଣ୍ଡର ବବିକିନ୍ ଏବଂ ଆଲେକଜାଣ୍ଡର ଇଭାନୋଭ୍। ଅନ୍ତର୍ଜାତୀୟ ଯୁଦ୍ଧ ଆଇନର ଉଲ୍ଲଂଘନ ସହ ସେମାନେ ସର୍ବସାଧାରଣଙ୍କ ସମ୍ପତ୍ତି ଏବଂ ଲୋକଙ୍କ ବାସସ୍ଥାନ ଆଦି ନଷ୍ଟ କରିଥିବା ଅଭିଯୋଗ ରହିଥିଲା। ଉଭୟଙ୍କୁ ୧୧ ବର୍ଷ ୬ ମାସ ଲେଖାଏ ଜେଲ ଦଣ୍ଡାଦେଶ ହୋଇଛି। ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଏହା ଦ୍ୱିତୀୟ ଯୁଦ୍ଧ ଅପରାଧ ଟ୍ରାଏଲ। କିଛି ଦିନ ପୂର୍ବରୁ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍ ଶିଶିମାରିନ୍ଙ୍କୁ ଜଣେ ନିରସ୍ତ୍ର ବୃଦ୍ଧଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ହୋଇଛି।