ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟର ୩୧୪ ବ୍ଲକରେ ଗୋଟିଏ ଲେଖା ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରିବାରେ ରାଜ୍ୟ ସରକାର ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ବୁଧବାର ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ନିମନ୍ତେ ଚିତ୍ରକୋଣ୍ଡା ଏବଂ ମୟୂରଭଞ୍ଜର କୁଳିଅଣା ବ୍ଲକ୍ ଅଧୀନ ଚାନ୍ଦୁଆଠାରେ ଅଗ୍ନିଶମ ସେବା କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି । ଏହି ଦୁଇଟି କେନ୍ଦ୍ର ସ୍ଥାପନ ସହିତ ସାରା ରାଜ୍ୟରେ ଗୋଟିଏ ଲେଖା ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ଲକ୍ଷ୍ୟ ପୂରଣ ହୋଇଥିବା ସରକାର କହିଛନ୍ତି।