୨ ଓଡ଼ିଆ କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଓଡ଼ିଶାର ଶହୀଦ ୨ ଏସ୍‌ଓଜି କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ପୋଲିସ ଡିଜି ଅଭୟ ଶନିବାର ଏହି ସୂଚନା ଦେଇଛନ୍ତି। ୨୦୨୦ ସେପ୍ଟେମ୍ବର ୯ତାରିଖରେ କଳାହାଣ୍ଡି ଜିଲା ସିକ୍ରି ଗାଁ ନିକଟ ଜଙ୍ଗଳରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଓଡ଼ିଶାର ସୁଧୀର ଟୁଡୁ ଏବଂ ଦେବାଶିଷ ସେଠୀ ଲଢେଇ କରି ଶହୀଦ ହୋଇଥିଲେ। ସାହସିକତା ଓ ବୀରତ୍ୱ ପାଇଁ ୨ ଶହୀଦଙ୍କୁ ମିଳିବ ଏହି ସମ୍ମାନ।

Share