ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ

କେସିଙ୍ଗା,୩୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ୧୧ ଜଣ ଓ୍ବାର୍ଡମେମ୍ବର ଜିଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିଲେ। ଏହି କ୍ରମରେ ଜିଲା ପ୍ରଶାସନ ଶ୍ରୀମତୀ ସୁନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ନଭେମ୍ବର ୨୮ ଧାର୍ଯ୍ୟ କରିଥିଲା। ଏହା ପୂର୍ବରୁ ସରପଞ୍ଚ ଶ୍ରୀମତୀ ସୁନା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାୟର କରିଥିଲେ। ରିଟ୍‌ ପିଟିଶନ- ଡବ୍ଲ୍ୟୁପି (ସି) ନଂ ୨୯୨୮୯ ଅଫ ୨୦୨୪କୁ ଖାରଜ କରି ଗତ ତା. ୨୬. ୧୧. ୨୦୨୪ରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଆଦେଶନାମା ଦେଇଥିଲେ। ଏହାକୁ ଆଧାର କରି ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରି ଅନାସ୍ଥା ପ୍ରସ୍ତାବ ପାଇଁ ଧାର୍ଯ୍ୟ ତାରିଖରେ ନର୍ଲା ତହସିଲଦାର ବଳଦେବ ବେହେରାଙ୍କୁ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତ ୨୮ ନଭେମ୍ବର ମାସରେ ନର୍ଲା ତହସିଲଦାର ବାଲସି ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଭୋଟିଂ କରିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ୧୧ ଜଣ ଓ୍ବାର୍ଡମେମ୍ବର ସରପଞ୍ଚଙ୍କ ବିପକ୍ଷରେ ଭୋଟ୍‌ ଦେଇଥିବା ନେଇ ଘୋଷଣା ହେବା ପରେ ବିଳମ୍ବରେ ମାନ୍ୟବର ହାଇକୋର୍ଟରୁ ୨୮ ତାରିଖରେ ଏକ ରିଭ୍ୟୁ ପିଟିଶନକୁ ବିଚାର କରି ଆସନ୍ତା ଡିସେମ୍ବର ୭ରେ ଶୁଣାଣି କରିବା ପାଇଁ ଆଦେଶନାମା ଜାରି କରିଥିବାରୁ ଜନସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ତେବେ ସରପଞ୍ଚଙ୍କ ବିରୋଧ ୧୨ଜଣ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ଯେଉଁ ୧୧ଟି ଭୋଟ୍‌ ଦେଇଛନ୍ତି, ତାହା କେତେଦୂର କାର୍ଯ୍ୟ କରିହେବ ତାହାକୁ ନେଇ ଅଞ୍ଚଳବାସିନ୍ଦାଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜୁଥିବାର ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଟ୍ରକ୍‌ ଦୁଇ ଜାଗାରେ ଘଟାଇଲା ଦୁର୍ଘଟଣା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ବାରିପଦା,୩୦ା୧୧: ମୟୂରଭଞ୍ଜ ଜିଲା ବାରିପଦାରେ ସିରିଜ୍‌ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ଟ୍ରକ୍‌ ଦୁଇଟି ଯାକ...

ମେଡିକାଲରୁ ପୁଣି ଶିଶୁ ଚୋରି: ଜନ୍ମ ପରେ ନବଜାତକର ଫଟୋ ରଖିଥିଲେ ପରିବାର, ହେଲେ…

ନୟାଗଡ଼,୩୦ା୧୧(ଲୋକନାଥ ମିଶ୍ର): ରାଜ୍ୟରେ ଥିବା ବିଭିନ୍ନ ମେଡିକାଲରୁ ଶିଶୁ ଚୋରି ହେଉଥିବା  ବାରମ୍ବାର ଅଭିଯୋଗ ହେଉଛି। ଶୁକ୍ରବାର ସମ୍ବଲପୁର ଜିଲା ଭୀମସାର ମେଡିକାଲରୁ ଶିଶୁ ଚୋରି...

ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନର ବଡ଼ ପକ୍ଷକ୍ଷେପ: ବଦଳିବ କଫି ବଗିଚାର ରୂପରେଖ, ସପ୍ତାହକ ମଧ୍ୟରେ ହେବ…

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକକୁ...

ମୋଦିଙ୍କ ପ୍ରଶଂସାରେ ଶତମୁଖ ସିଦ୍ଧାନ୍ତ: କହିଲେ, ତାଙ୍କ ସହ ପଦେ କଥା ହେଲେ…

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍‌ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ...

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଖାଇଲେ ଖାଣ୍ଟି ଓଡ଼ିଆ ଖାଦ୍ୟ, ଜହ୍ନି ଆଳୁ ରାଇଠୁ ଆରମ୍ଭ କରି…

ଭୁବନେଶ୍ୱର,୩୦ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆୟୋଜିତ ଜାତୀୟସ୍ତରୀୟ ଡିଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ରହଣି...

ମଞ୍ଚରେ ବସିଲେନି, ମାଇକ୍‌ ଧରି ବୁଲିଲେ ମୋଦି: କାର୍ଯ୍ୟକର୍ତ୍ତାଙ୍କୁ ଶୁଣାଇଲେ ଝିଅ-ବୋହୂ ଥିଓରି

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଅସିଛନ୍ତି। ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନଶନ୍‌ ସେଣ୍ଟରଠାରେ ଅନୁଷ୍ଠିତ...

ଡିଜିପି ସମ୍ମିଳନୀ:ଲୋକସେବା ଭବନରେ ପହଞ୍ଚିଲେ ମୋଦି, ଶାହା

ଭୁବନେଶ୍ୱର,୩୦।୧୧: ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଶନିବାର ରାଜଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍‌ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା...

‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ

ପୁରୁଷୋତ୍ତମପୁର,୩୦ା୧୧(ସିମାଞ୍ଚଳ ମିଶ୍ର):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୁତ ହୋଇ ଶୁକ୍ରବାର ମଧ୍ୟରାତି ଶନିବାର ଭୋର ବାତ୍ୟାର ରୂପ ନେଇ କାକାଇକାଲ ଓ ମହାବଳିପୁରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri