ଯୋଗୀଙ୍କ ବାସଭବନରେ ପହଞ୍ଚିଲା କରୋନା

ଲକ୍ଷ୍ନୌ,୧୬।୭: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଦିନକୁ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା କବଳରୁ ସାଧାରଣ ଲୋକ ହେଉ କି ରାଜନେତା କେହି ବି ବର୍ତ୍ତି ପାରୁନାହାନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘରେ କରୋନା ପହଞ୍ଚିଥିବା ଜଣାପଡ଼ିଛି। ଯୋଗୀଙ୍କ ସୁରକ୍ଷାରେ ମୁତୟନ ଥିବା ପିଏସିର ୨ଜଣ ଯବାନ ଗୁରୁବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଆକାନ୍ତ ହୋଇଥିବା ୨ ଯବାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ମୁତୟନ ଥିଲେ। ଏହାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗୀଙ୍କ ବାସଭବନକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍‌ କରାଯାଉଥିବା ଜଣାପଡ଼ିଛି। ସୂଚନା ମୁତାବକ ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କ ୫ଜଣ ମନ୍ତ୍ରୀ ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇସାରିଛନ୍ତି।

Share