‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌(ପୂର୍ବରୁ ଲକ୍ଷ୍ମୀ ବସ୍‌) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର ସବୁକିଛି ବିକାଶ ହୋଇପାରିବ। ହେଲେ ଏହି ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରୁ ଦୁଇ ପଞ୍ଚାୟତବାସୀ ବଞ୍ଚିତ ହୋଇଛନ୍ତି। ବାଧକ ସାଜିଛି ରାସ୍ତା। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ଓ ଝିରିପାଣି ପଞ୍ଚୟତରେ ଶନିବାର ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ଲଙ୍କାଗଡ଼ ହତିମୁଣ୍ଡାଠାରୁ ଝିରିପାଣିକୁ ସଂଯୋଗ କରୁଥିବା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗଦାରା ୨୦୧୩/୧୪ ଆର୍ଥିକ ବର୍ଷରେ ନିର୍ମାଣକାର୍ଯ୍ୟ କରାଯିବା ପାଇଁ ଆର୍ଥିକ ମଞ୍ଜୁର କରାଯାଇ ଏନ୍‌ବିସିସି ନାମକ ଏକ ଠିକା ସଂସ୍ଥା ନେଇଛି। ଅଳ୍ପ କିଛି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅବଶିଷ୍ଟ ଦୀର୍ଘବର୍ଷ ହେବ ପଡ଼ିରହିଛି। ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ବାରମ୍ବାର ଅଭିଯୋଗ ମଧ୍ୟ ହୋଇପାରୁନାହିଁ। ତୁମୁଡିବନ୍ଧ ବ୍ଳକ ସଦରମହକୁମାକୁ ଯିବା ପାଇଁ ଏକ ମାତ୍ର ରାସ୍ତା ଅଟେ। ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ କାଦୁଅ ହୋଇଯାଏ। ଯାହାଫଳରେ ଦୁଇଚକିଆ ଯାନଠାରୁ ଆରମ୍ଭ କରି ବସ୍‌ ମଧ୍ୟ ଯାଇ ପାରେନାହିଁ। ସେହିପରି ମୁଖ୍ୟମନ୍ତ୍ରୀ ବସ୍‌ ମଧ୍ୟ ସେହି ଭଣ୍ଡରଙ୍ଗିଠାରୁ ଫେରିଆସେ। ବିକଳ୍ପ ରାସ୍ତା ମଧ୍ୟ ନାହିଁ କି ବ୍ଲକ ସଦରମହକୁମାକୁ ଆସିବା ପାଇଁ। ତୁମୁଡିବନ୍ଧଠାରୁ ଭଣ୍ଡରଙ୍ଗି ପର୍ଯ୍ୟନ୍ତ ବସ୍‌ ଯିବା ଆସିବା କରୁଛି ହେଲେ ଝିରିପାଣି ଯାଇ ପାରୁନାହିଁ । ଭଣ୍ଡ ରଙ୍ଗି ଓ ଝିରିପାଣି ପଞ୍ଚାୟତର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ସ୍ବାସ୍ଥ୍ୟ ଖରାପ ହେଲେ ୧୦୮ ଆମ୍ବୁଲାନ୍ସ ସେବାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଭଣ୍ଡରଙ୍ଗି ସରପଞ୍ଚ ଅନନ୍ତ ପାତ୍ର ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି କରିଛନ୍ତି। ରାସ୍ତାକାର୍ଯ୍ୟ କରାଯିବା ଏବଂ ବର୍ଷାଦିନରେ ଲୋକଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ ପାଇଁ ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri