Categories: ଜାତୀୟ

ହସ୍ପିଟାଲ ବେଡ୍‌ ପାଇଁ ରୋଗୀଙ୍କୁ ହତ୍ୟା

ଶାହଜାହାନପୁର,୧୧।୪: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲା ହସ୍ପିଟାଲରେ ଶଯ୍ୟାକୁ ନେଇ ବିବାଦ ପରେ ଜଣେ ରୋଗୀ ଅନ୍ୟ ଜଣଙ୍କୁ ହତ୍ୟା କରିଛନ୍ତି। ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହଂସରାଜଙ୍କୁ ଶନିବାର ରାତିରେ ୨୧ ନମ୍ବର ବେଡ୍‌ ଦିଆଯାଇଥିଲା। ମାନସିକ ଭାରସାମ୍ୟ ହରାଇଥିବା ଅବଦୁଲ ରେହମନ ନାମକ ଜଣେ ରୋଗୀ ୨୭ ନମ୍ବର ବେଡ୍‌ରେ ଥିଲେ। ରବିବାର ସକାଳେ ଓ୍ବାଶରୁମ୍‌ରୁ ଫେରିବା ପରେ ଅବଦୁଲ ନିଜ ବେଡ୍‌ ନମ୍ବର ଭୁଲିଯାଇ ହଂସରାଜଙ୍କ ସହ ଯୁକ୍ତି କରିଥିଲେ। ଏଥିରେ ଅବଦୁଲ ରାଗିଯାଇ ହଂସରାଜଙ୍କୁ ଟେକି କଚାଡ଼ି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହଂସରାଜଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଅଭିଯୁକ୍ତ ଅବଦୁଲ ଓ ତାଙ୍କ ବାପାଙ୍କୁ ଗିରଫ କରିଛି।

Share