ଏୟାରପୋର୍ଟ ରନଓ୍ବେ ତଳେ ଦିଆଯାଇଛି ୨ଜଣଙ୍କୁ କବର, ଅନ୍ଧବିଶ୍ୱାସ ନା ଅନ୍ୟ କାରଣ!

ସାଭାନା, ୧୪।୧: ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ପ୍ରଥମେ ଜମି ଚିହ୍ନଟ କରାଯାଇ ପରେ ନିର୍ମାଣ କରାଯାଏ। ନିକଟରେ ଏପରି ଏକ ଏୟାରପୋର୍ଟ ବିଷୟରେ ଚର୍ଚ୍ଚା ହେଉଛି ଯେଉଁଠି ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ୨ଜଣଙ୍କୁ ସେଠାରେ କବର ଦିଆଯାଇଛି।

ଆମେରିକାର ସାଭାନା ସହରର ରହିଛି ‘ସାଭାନା ହିଲଟନ ହେଡ ବିମାନବନ୍ଦର’। ଅନେକେ ଏହି ଏୟରପୋର୍ଟର ରନୱେରେ ଦୁଇଟି ଆୟତକ୍ଷେତ୍ର ଆକୃତି ସଦୃଶ ଦେଖିଛନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣନ୍ତି।
ଏହି ଅଦ୍ଭୁତ ଆୟତାକାର ଆକୃତିଗୁଡିକ ଦୁଇଟି କବର, ଯାହା ରନୱେ ନମ୍ବର ୧୦ ଓ ୨୮ରେ ରହିଛି। ବର୍ତ୍ତମାନ ଆପଣ ଭାବୁଥିବେ କାହିଁକି ରନୱେରେ କବର ରହିଛି। ତେବେ ଏହା ପଛର କାରଣ ମଧ୍ୟ ଟିକେ ଅଜବ।

ସୂଚନାଥାଉ କି, ଏହି ବିମାନବନ୍ଦର ଯେଉଁ ଜମିରେ ନିର୍ମାଣ କରାଯାଇଛି ତାହା ପୂର୍ବରୁ କ୍ୟାଥରିନ ଏବଂ ରିଚାର୍ଡ ଡଟସନଙ୍କର ଥିଲା। ନିଜ ୫୦ବର୍ଷ ଦାମ୍ପତ୍ୟ ଜୀବନରେ ଚେରୋକି ହିଲ୍ସ ନାମରେ ଜଣାଶୁଣା ଏହି ଜମିରେର ଦମ୍ପତି ଚାଷ କରୁଥିଲେ। ପରେ ୧୮୭୭ରେ କ୍ୟାଥରିନଙ୍କ ମୃତ୍ୟୁ ଓ ସାତ ବର୍ଷ ପରେ ରିଚାର୍ଡଙ୍କ ମୃତ୍ୟୁ ହୋଇଥିଲା। ଦମ୍ପତିଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ଜମିରେ କବର ଦିଆଯାଇଥିଲା।
ପରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ଆମେରିକୀୟ ସେନା ନିଜର B-24 ‘ଲିବରେଟର୍ସ’ ଓ ବି-୧୭ ‘ଫ୍ଲାଇଙ୍ଗ ଫୋର୍ଟସ’ କୁ ଲ୍ୟାଣ୍ଡିଂ କରିବା ପାଇଁ ଏହି ଜମି ତଚହ୍ନଟ କରିଥିଲେ।

ରନୱେ ପାଇଁ ରାସ୍ତା ତିଆରି କରିବାବେଳେ ସେନା କ୍ୟାଥରିନ, ରିଚାର୍ଡ ଡଟସନଙ୍କର କବରକୁ ସ୍ଥାନାନ୍ତର କରି ନ ଥିଲା। କାରଣ ସେମାନଙ୍କର ସମ୍ପକୀୟମାନେ କବରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ରାଜି ହୋଇ ନ ଥିଲେ। କାରଣ ସେମାନଙ୍କର ବିଶ୍ୱାସ ଥିଲା ଯେ, ମୃତ୍ୟୁ ପରେ ଏହି ଦମ୍ପତି ଏହି ଜମିରେ ସବୁଦିନ ପାଇଁ ବଞ୍ଚି ରହିବାକୁ ଚାହୁଁଥିଲେ। ସେମାନେ ଦୀର୍ଘ ଦଶନ୍ଧି ଧରି ଏଠାରେ କଠିନ ପରିଶ୍ରମ କରିଥିଲେ। ଏଭଳି ପରିସ୍ଥିତିରେ ସେନା ସେମାନଙ୍କ କବର ଉପରେ ରନୱେ ନିର୍ମାଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା।

Share