ଧାନକିଣା ଅନିୟମିତତାରେ ୨ଜଣ ନିଲମ୍ବିତ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଖରିଫ ବିପଣନ ଋତୁ ୨୦୧୯-୨୦ରେ କେନ୍ଦୁଝର ଜିଲାର ସାହାରପଡ଼ା ଲ୍ୟାମ୍ପସ୍‌ରେ ଧାନ କିଣାରେ ଅନିୟମିତତା ଅଭିଯୋଗ ଆସିବା ପରେ କେନ୍ଦୁଝରର ଡିଆର୍‌ସିଏସ୍‌ ପ୍ରମୋଦ କୁମାର ବରିହା ଏବଂ ଏଆର୍‌ସିଏସ୍‌ ପର୍ଶୁରାମ ପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଧାନକିଣାରେ ଅନିୟମିତତା ଅଭିଯୋଗର ତଦନ୍ତ ରିପୋର୍ଟ କେନ୍ଦୁଝର ଜିଲାପାଳଙ୍କଠାରୁ ହସ୍ତଗତ ହେବାପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମବାୟ ବିଭାଗ ପକ୍ଷରୁ ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ଏଥିସହିତ ନିଲମ୍ବିତ ଅଧିକାରୀ ଦ୍ବୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

Share