ବଜ୍ରପାତ ନେଲା ୨ ଜୀବନ

ପାଟଣା/ଢେଙ୍କିକୋଟ,୯।୬(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଘସିପୁରା ଥାନା ରାଇଘାଟି ଗ୍ରାମର ବଳରାମ ପିଙ୍ଗୁଆ (୭୫) ଓ ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମର ମଙ୍ଗୁଳି ମୁଣ୍ଡା।
ବଳରାମ ପିଙ୍ଗୁଆ ତାଙ୍କ ନାତି ସହ ଆଜବେଷ୍ଟସ ଘରେ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ବଳରାମଙ୍କ ମୃତ୍ୟୁ ହୋଇଥିବା ବେଳେ ନାତି ରଞ୍ଜନ ମୁଣ୍ଡା ଆଂଶିକ ପୋଡ଼ି ଯାଇଛନ୍ତି। ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ରୁଟିଶିଳା ଗ୍ରାମର ମଙ୍ଗୁଳି ମୁଣ୍ଡା ତାଙ୍କ ବର୍ଷକର ଶିଶୁପୁତ୍ରକୁ ଧରି ଗଁା ନିକଟସ୍ଥ ବୁଢୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଫେରୁଥିବା ବେଳେ ବଜ୍ରପାତ ହେବାରୁ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଅଚେତ ହୋଇପଡ଼ିଥିଲେ। ଗ୍ରାମବାସୀ ମା’ ଓ ପୁଅଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ସେଠାରେ ମଙ୍ଗୁଳିଙ୍କୁ ମୃତ ଘୋଷଣା କରିଥିବା ବେଳେ ଶିଶୁପୁତ୍ର ଏବେ ସୁସ୍ଥ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

Subhadra Yojana: ଖାତାକୁ ଆସିଲା ସୁଭଦ୍ରା ଟଙ୍କା, ଏମିତି କରନ୍ତୁ ଚେକ୍‌…

ଛତ୍ରପୁର,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଅର୍ଥାତ୍‌ ଶନିବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ଏହା ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଅଟେ।...

ଅନ୍ତର୍ଜାତୀୟ ମହିଳା ଦିବସ: ଆମକୁ ମଦ ନୁହଁ, ପାଣି ଦରକାର କହି ଦାବି କଲେ ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆ ଠାରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାରୀ ମହାସଙ୍ଗର...

ଭଡ଼ାଘରେ ପଡ଼ିଛି ସ୍ବାମୀଙ୍କ ମୃତଦେହ, ସ୍ତ୍ରୀ ଫେରାର

ପାରଳାଖେମୁଣ୍ଡି,୮ା୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିର ଏକ ଭଡ଼ାଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାବେଳେ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ...

ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ: ପୋଡ଼ିଦେଲେ ବାଇକ୍‌, ୫ରୁ ଊର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା/ବାଲୁଗାଁ,୮ା୩(ପ୍ରଭାତ ପାଣିଗ୍ରାହୀ/ସଂଗ୍ରାମ ପାଇକରାୟ): ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଲୁଗାଁ ବଜାରସ୍ଥିତ ଦୁଇଟି ସାହି ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ଏଥିରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି...

ଅନୁଭବଙ୍କ ସହ ନିର୍ବନ୍ଧ ପରେ ଫଟୋ ଶେୟାର ଜାଗୃତି, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୮।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ଶେଷ ହୋଇଛି। ମଧ୍ୟପ୍ରଦେଶ ଝିଅ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି।...

ଡେବ୍ରିଗଡ଼ର ୨ କି.ମି. ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଘୋଷଣା

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରାୟ ୨ କିଲୋମିଟର ପରିମିତ ଅଞ୍ଚଳକୁ ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ୧ କିଲୋମିଟର...

ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ଯୋଗଦେଲେ ଦୀପକ ମିଶ୍ର: ଖେଳିଗଲା ଖୁସିର ମାହୋଲ

ପୁରୁଷୋତ୍ତମପୁର,୮।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ଡା ଦୀପକ କୁମାର ମିଶ୍ର ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ଭୂବନେଶ୍ବର ସ୍ପେସାଲ...

ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ବ୍ଲକ ପ୍ରଶାସନର ସହାୟତା ପ୍ରଦାନ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ବୋରିଗାଁ ଗ୍ରାମର ଗୌତମ ଦାସ(୧୭) ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି l ପରିବାର ଆର୍ଥିକ ସଙ୍କଟ ପରେ ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri