Categories: ଜାତୀୟ

ରାସ୍ତାରେ ଆତଙ୍କ ଖେଳାଉଥିବା ୨ ଲେଡି ଡନ୍‌ ଗିରଫ

ଭୋପାଳ,୨୦।୧୨-ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ଆତଙ୍କ ଖେଳାଉ ଥିବା ଦୁଇ ଲେଡି ଡନଙ୍କୁ ରବିବାର ପୋଲିସ ଗିରଫ କରିଛି। ଗିରଫ ୨ ଯୁବତୀ ବିଚ୍‌ ରାସ୍ତାରେ ପଥଚାରୀମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଉଥିବା ପୋଲିସ କହିଛି। ନିକଟରେ ଉକ୍ତ ୨ ଯୁବତୀ ତୁକୋଗଞ୍ଜ ପୋଲିସ ଷ୍ଟେଶନ ପରିସରରେ ଥିବା ଏକ ଦୋକାନରେ ଅନ୍ୟ ଜଣେ ଯୁବତୀଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା।
ପୋଲିସ କହିଛି, ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ଏହି ଦୁଇ ଲେଡି ଡନ ଧକ୍କା ଦେବା ସହ ଛୁରୀ ଦେଖାଇ ଧମକାଇ ଥିଲେ। ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଗହଳି ଜମିଥିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ଉକ୍ତ ୨ ଲେଡି ଡନ ଛୁରୀ ଦେଖାଇ ଭୟଭୀତ କରାଇଥିଲେ। ଖବରପାଇ ସରାଫା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା।

Share