୨ ବାଘ ଛାଲ ଜବତ କରି ଦୁଇଜଣ ଗିରଫ

ରାୟଗଡ଼ା,୮।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରାବିଦୁଣି ଛକରୁ ଏସଟିଏଫ୍‌ ଦୁଇଟି କଲରାପତରିଆ ବାଘଛାଲ ଜବତ କରିଛନ୍ତି। ଏହା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝି ଏବଂ ରାଜା ମାଝି । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏଷ୍ଟିଏଫ୍‌ ଏହି ଚଢ଼ାଉ କରିଥିବା ନେଇ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏ ନେଇ ଏଷ୍ଟିଏଫ୍‌ କେସ ନମ୍ବର ୨୭/୨୩ରେ ଏକ ମାମଲା ରୁଜୁ କରିଛି । ଏହି ଜବତ ଛାଲ ପରୀକ୍ଷଣ ପାଇଁ ଡେରାଡୁନକୁ ପଠାଯିବ ଏବଂ ତଦନ୍ତ ଚାଲିଥିବା ଏଷ୍ଟିଏଫ ପକ୍ଷରୁ ସୂଚନା ମିଳିଛି ।

Share