ଛେଣ୍ଡିପଦା,୭।୪(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାଟକ ମୁଣ୍ଡା ପଞ୍ଚାୟତରେ ହାତୀ ଆକ୍ରମଣରେ ବୁଧବାର ୨ ଜଣଙ୍କ ଜୀବନ ଯାଇଛି । ମୃତକଦ୍ୱୟ ହେଲେ ଚନ୍ଦ୍ରପୁର ଗ୍ରାମର କାଠିଆ ପାଣିଗ୍ରାହୀ ଓ ସୁହାଗି ସେଠୀ।
ଘଟଣାର ପ୍ରକାଶ ଯେ, ସକାଳେ ସୁହାଗି ଘର ପଛପାଖ ଧୋବାଦଣ୍ଡାକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
ପରେ ଦେବୀନାଳି ଠାରେ କାଠିଆ ସାଇକେଲ ଯୋଗେ ନିଜ ବଗିଚାକୁ ଯାଉଥିବା ବେଳେ ଦନ୍ତାହାତୀ ସହିତ ମୁହଁମୁହିଁ ହୋଇଥିଲେ । ଫଳରେ ହାତୀଟି କାଠିଆଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଦେଇଛି। ଗୋଟିଏ ଗ୍ରାମର ୨ ଜଣଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ କ୍ଷତିପୂରଣ ଦାବିରେ ଉତ୍ତେଜନ ଦେଖାଦେଇଛି। ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ, ଏଏସ୍ଆଇ ରମେଶ ପ୍ରଧାନ ଓ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । ତେବେ ହାତୀଟି ଗ୍ରାମ ନିକଟରେ ଥିବାରୁ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି।