ରାୟଗଡ଼ା ଅଫିସ,୧୦ା୧୨: ରତ୍ନପଥର ଚୋରାଚାଲାଣ ଘଟଣାରେ ରାୟଗଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୌଦ୍ଧ ଜିଲା ସୁଧାସାହିର ସରକାରୀ ଶିକ୍ଷକ ରାଧାମୋହନ ମାହାନା (୫୩) ଓ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକର ସୁବାସ ରତ୍ନାଲୁ (୪୫) ବୋଲି ଏସ୍ପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି। ଏହି ୨ ଜଣ ବ୍ୟକ୍ତି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ବେହେରାଙ୍କ ଠାରୁ ରତ୍ନପଥର କିଣୁଥିବା ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ଜାରିରହିଛି।