ଦୁଇ ତୀର୍ଥଯାତ୍ରୀ ବସ ଧକ୍କା, ୧୦ ଆହତ

ରୂପସା, ୨୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ଦୁଇ ତୀର୍ଥଯାତ୍ରୀ ବସ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଗୋଟିଏ ବସ ପଛ ପଟୁ ଅନ୍ୟ ଏକ ବସ ଧକ୍କା ଦେବା ଫଳରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ସକାଳେ ଜ୍ୟୋତି ଟ୍ରାଭେଲର୍ସ ନାମକ ତୀର୍ଥ ଯାତ୍ରୀ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଜାତୀୟ ରାଜପଥର ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଡ୍ରାଇଭର ଗାଡ଼ିର ବେଗ କମାଇ ଦେଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥ ଯାତ୍ରୀ ବସଟି ଜ୍ୟୋତି ଟ୍ରାଭେଲର୍ସକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତିl ସେମାନଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଏହି ବସ ୪୦ଜଣ ଯାତ୍ରୀ ନେଇ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ପୁରୀ ଯାଉଥିବା ଜଣା ପଡ଼ଛି l ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଉଭୟ ବସରେ ଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅହରହ ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ପଚାରିଲେ ବିଦ୍ୟୁତ୍‌ କର୍ମଚାରୀ କହୁଛନ୍ତି…

ନିରାକାରପୁର,୨୩ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଦୁର୍ଘଟଣା ରୋକାଯିବା ସହିତ ଦୂର ସ୍ଥାନକୁ କିଭଳି ଶୀଘ୍ର ତଥା ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ରାଜରାସ୍ତାର ଅନେକ ସ୍ଥାନରେ...

ଚନ୍ଦକା ଗଲା ଛୁଆହାତୀ, ଭାବବିହ୍ବଳ ହେଲେ ବନ କର୍ମଚାରୀ

କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗାନର୍ସରୀରେ ରଖାଯାଇଥିବା ୩ମାସର ଛୁଆହାତୀକୁ ବନ ବିଭାଗର ‘ରକ୍ଷକ’ ଯାନରେ ଶନିବାର ଚନ୍ଦକା ସ୍ଥାନାନ୍ତର...

କୋଠରିରେ ତାଲା ପକାଇ ସ୍ବାମୀଙ୍କୁ ରଖିଥିଲେ ସ୍ତ୍ରୀ: ଆଠ ଦିନପରେ ହେଲେ ଉଦ୍ଧାର

ମୋହନା,୨୩ା୧୧(ମନ୍ନମଥ ମିଶ୍ର): ସ୍ବାମୀଙ୍କୁ ୮ ଦିନ ଏକ କୋଠରିରେ ତାଲା ପକାଇ ରଖିଥିଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା...

ଗାଁ ରାସ୍ତାରେ ବାଘ ପାଦ ଚିହ୍ନ: ଭୟଭୀତ ଗ୍ରାମବାସୀ

ମୋହନା,୨୩ା୧୧(ମନ୍ମଥ ମିଶ୍ର): ପୁଣି ବାଘ ଆତଙ୍କ। ଘାଟି ନିକଟ ଗାଁ ରାସ୍ତାରେ ବାଘ ପାଦ ଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଗଜପତି ଜିଲା ମୋହନା...

ଆସିଲା ଜିପିଆର-ଜିପିଏସ୍‌ ସର୍ଭେ ରିପୋର୍ଟ: ଏଥିରେ ରହିଛି…

ପୁରୀ,୨୩ା୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏଏସ୍‌ଆଇ ପକ୍ଷରୁ କରାଯାଇଥିବା ଜିପିଆର୍‌-ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ...

ପଦାକୁ ଆସିଲା ନବଜାତ ଶିଶୁକନ୍ୟା ବିକ୍ରି: ଜେଲ ଗଲେ ୩ ଅଭିଯୁକ୍ତ

ଲାଠୋର,୨୩ା୧୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ଅଞ୍ଚଳର ଏକ ନବଜାତ ଶିଶୁକନ୍ୟା ବିକ୍ରି ହେବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଘଟଣାରେ...

ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ

ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍‌ଏସ୍‌ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ...

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri