ଦୁଇ ବିମାନ ମୁହାଁମୁହିଁ ଧକ୍କା

ଟୋକିଓ,୧୦ା୬: ଜାପାନର ହାନେଡା ବିମାନବନ୍ଦର ରନ୍‌ଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଟୋକିଓ ବିମାନ ବନ୍ଦର୍‌ ରନଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ମୁହାଁମୁହିଁ ଧକ୍କା ହୋଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନାରୁ ପ୍ରକାଶ।

ପରିବହନ ମନ୍ତ୍ରଣାଳୟର ଡେପୁଟି ଆଡମିନିଷ୍ଟ୍ରେଟର ଇସାମୁ ୟାମେନ କହିଛନ୍ତି, ଥାଇଲାଣ୍ଡରୁ ଏକ ଅନ୍ତର୍ଜାତୀୟ ବିମାନ ଭୁଲରେ ହାନେଡା ବିମାନବନ୍ଦରରେ ତାଇପେଇ ଯାଉଥିବା ଏକ ଇଭିଏ ଏୟାରଓ୍ବେଜ ବିମାନକୁ ଧକ୍କା ଦେଇଛି। ଏହି ଘଟଣା ପରେ ରନଓ୍ବେ ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଖୋଲାଯାଇଥିଲା।

ଏହି ଦୁର୍ଘଟଣା ଯୋଗୁ କିଛି ବିମାନ ବିଳମ୍ବ ହୋଇଥିଲା। ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଥାଇ ଏୟାରଓ୍ବେଜ ବିମାନର ଏକ ଓ୍ବିଙ୍ଗ୍‌ଲେଟ ଭାଙ୍ଗିଛି।

Share