ଏୟାର ଶୋ’ରେ ଦୁଇ ବିମାନ ଧକ୍କା: ପାଇଲଟ ମୃତ

ଲିସ୍‌ବନ, ୩ା୬: ପର୍ତ୍ତୁଗାଲରେ ଏକ ଏୟାର ଶୋ’ ପ୍ରଦର୍ଶନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏହି ସମୟରେ ଦୁଇଟି ପାଇଲଟ ଆକାଶରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ବାୟୁସେନାର ଏକ ବିବୃତ୍ତି ଅନୁଯାୟୀ, ‘ ବେଜା ଏୟାର ଶୋ’ରେ ଏକ ବିମାନ ପ୍ରଦର୍ଶନୀ ସମୟରେ ଦୁଇଟି ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ୬ଟି ବିମାନ ସମ୍ପୃକ୍ତ ଥିଲା। ’

ଧକ୍କା ହୋଇଥିବା ବିମାନଟି ହେଲା ୟାକୋଭଲେଭ ୟାକ୍‌-୫୨। ଏହା ଏକ ସୋଭିଏତ୍‌ ଡିଜାଇନ ହୋଇଥିବା ଏରୋବ୍ୟାଟିକ୍‌ ଟ୍ରେନିଂ ମଡେଲ ଥିଲା। ଜଣେ ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତ। କିଏ ଏହି ଘଟଣାକୁ ସେଠାରେ ଦେଖିଥିଲେ। ପୋଷ୍ଟ ହୋଇଥିବା ଭିଡିଓରେ ୬ଟି ବିମାନ ଉଡ଼ାଣରେ ଦର୍ଶାଯାଇଛି, ସେଥିମଧ୍ୟରୁ ଗୋଟିଏ ବିମାନ ଉପରକୁ ଉଠୁଥିବା ବେଳେ, ଆଉ ଗୋଟିଏ ବିମାନରେ ପିଟି ହୋଇ ତଳକୁ ଖସିପଡୁଛି।

ଏହି ଦୁର୍ଘଟଣାରେ ଜଣେ ସ୍ପେନ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପାଇଲଟ ଆହତ ହୋଇଥିବା କୁହାଯାଉଛି। ପର୍ତ୍ତୁଗୀଜ ନାଗରିକ ପାଇଲଟ ସାମାନ୍ୟ ଆହତ ହୋଇଥିଲେ ଏବଂ ତାଙ୍କୁ ବେଜା ଡାକ୍ତରଖାନା ନିଆଯିବା ପୂର୍ବରୁ ତୁରନ୍ତ ଚିକିତ୍ସା କରାଯାଇଥିଲା ବୋଲି ବାୟୁସେନା କହିଛି। ଏହି ୬ଟି ବିମାନ ସ୍ପେନ ଏବଂ ପର୍ତ୍ତୁଗୀଜ ପାଇଲଟଙ୍କୁ ନେଇ ଏକ ଏରୋବ୍ୟାଟିକ ଗୋଷ୍ଠୀର ଥିଲା, ଯାହାର ନାମ “ୟାକ୍‌ ଷ୍ଟାର୍ସ”।

Share