କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ ନୌସେନାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟ ମଧ୍ୟରେ ଦୁହେଁ ପରସ୍ପର ସହିତ ପବନରେ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ହେଲିକପ୍ଟରରେ ଥିବା ୧୦ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ମାଲେସିଆ ନୌସେନା ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୯.୩୦ ସମୟରେ ଲୁମୁଟ ନାଭାଲ ବେସରେ ଘଟିଥିଲା। ଦୁର୍ଘଟଣା ପରେ ସମସ୍ତ ମୃତକଙ୍କ ଶରୀରକୁ ଲୁମୁଟ ଆର୍ମି ବେସ ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ସେମାନଙ୍କର ପରିଚୟ ପରେ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।
ଖବର ଅନୁଯାୟୀ, ଗୋଟିଏ ହେଲିକପ୍ଟରର ରୋଟର୍ (ଫ୍ୟାନ) ଅନ୍ୟ ହେଲିକପ୍ଟର ସହିତ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟି ଷ୍ଟାଡିୟମ ତଳେ ପଡିଯାଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
At least 10 people k1lled when two military helicopters collided midair in Lumut, #Malaysia. pic.twitter.com/gR45qrwjVZ
— Arthur Morgan (@ArthurM40330824) April 23, 2024