ମାଡ୍ରିଡ୍,୧ା୫: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ବିମାନବନ୍ଦରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବାର୍ସିଲୋନାର ଉତ୍ତରରେ ଥିବା ମୋୟା ବିମାନବନ୍ଦର ନିକଟରେ ଥିବା ଏକ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀମାନେ ଜଳି ଯାଇଥିବା ବିମାନ ପାଇଥିଲେ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁଇ ବିମାନ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକ ବିବୃତ୍ତିରେ କୁହାଯାଇଛି, ନିଆଁ ଲିଭାଇବା ପରେ ଅଗ୍ନିଶମ କର୍ମଚାରୀ ଅଲଟ୍ରାଲାଇଟ୍ (ବିମାନ) ଭିତରେ ଦୁଇଟି ମୃତଦେହ ପାଇଥିଲେ। ଅନେକ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ଦ୍ୱିତୀୟ କ୍ଷତିଗ୍ରସ୍ତ ବିମାନକୁ ପାଇଥିଲେ। ଅଧିକାରୀମାନେ କହିଛନ୍ତି, ଦୁଇଟି ବିମାନ ମଧ୍ୟଭାଗରେ ଧକ୍କା ହୋଇଥିଲା। ପୋଲିସ ଏବଂ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।