Categories: ଖେଳ

ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଦୁଇ ଖେଳାଳି

ପ୍ୟାରିସ, ୭ା୮ (ଏପି): ଦୁଇ ଜଣ ମହିଳା ଟେବୁଲ ଟେନିସ ଖେଳାଳି ପ୍ୟାରିସ ଗେମ୍ସରେ ପୂରା ଅଭିଜ୍ଞତା ଲାଭ କରିବେ। ସେମାନେ ହେଲେ ବ୍ରାଜିଲର ବ୍ରୁନା ଆଲେଜାଣ୍ଡ୍ରେ ଓ ଅଷ୍ଟ୍ରେଲିଆର ମେଲିସା ଟାପର। ଦୁହେଁ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି। ପରେ ସେମାନେ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବେ। ଦୁଇଟି ଗ୍ରୀଷ୍ଣ କ୍ରୀଡ଼ାରେ ଭାଗ ନେବାର ସୌଭାଗ୍ୟ ସ୍ବଳ୍ପ କେତେଜଣଙ୍କ ଭାଗ୍ୟରେ ଜୁଟିଥାଏ। ପୂର୍ବରୁ ସୌଭାଗ୍ୟ ଲାଭ କରିଥିବା ଆଥଲେଟ ମାନଙ୍କ ମଧ୍ୟରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଡବଲ-ଆମ୍ପୁଟି ସ୍ପ୍ରିଣ୍ଟର ଓସ୍କାର ପିଷ୍ଟୋରିଅସ। ସେ ନିଜ ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ୯ବର୍ଷ ଜେଲ ଗଲା ପରେ ଜାନ୍ରାରୀରେ ଖଲାସ ହୋଇଛନ୍ତି। ୨୦୧୨ରେ ଲଣ୍ଡନରେ ସେ ଉଭୟ ଇଭେଣ୍ଟରେ ଭାଗ ନେଇଥିଲେ। ୨୯ ବର୍ଷୀୟା ଆଲେଜାଣ୍ଡ୍ରେଙ୍କର ଜନ୍ମ ହେବାର କିଛି ମାସ ମଧ୍ୟରେ ରକ୍ତ ଜମାଟ ଘଟିବାରୁ ତାଙ୍କ ଡାହାଣ ହାତ କଟାଯାଇଥିଲା। ସେହିପରି ୩୪ ବର୍ଷୀୟା ଟାପରଙ୍କର ଜନ୍ମ ବେଳେ ପକ୍ଷାଘାତ ପାଇଁ ଡାହାଣ ହାତ ହରାଇବାକୁ ହୋଇଥିଲା। ଏକ ସଙ୍ଗରେ ଡବଲ୍ସ ଅଲିମ୍ପିକ୍ସରେ ଭାଗ ନେବା ଟାପରଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ସେ ୨୦୧୬ରେ ରିଓ ଡି ଜେନିରୋ ଏବଂ ୩ ବର୍ଷ ପୂର୍ବେ ଟୋକିଓରେ ଅଂଶଗ୍ରହଣ କରିଥିଲେ। ପ୍ୟାରିସରେ ସେ କିନ୍ତୁ ୪ର୍ଥ ସିଡ୍‌ ତଥା ଦକ୍ଷିଣ କୋରିଆର ଶିନ୍‌ ୟୁ-ବିନ୍‌ଙ୍କ ବିପକ୍ଷ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ଟାପର ହେଉଛନ୍ତି ବିଶ୍ୱର ୨୪୮ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ପ୍ୟାରିସରେ ସେ ୬୩ତମ ସିଡ୍‌ ଖେଳାଳି।

Share