ନୂଆଦିଲ୍ଲୀ,୨୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ, ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ନୂଆଦିଲ୍ଲୀର ପାଲାମ ବାୟୁସେନା ଷ୍ଟେଶନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସେମାନଙ୍କ ଅଷ୍ଟ୍ରେଲିଆ ସମକକ୍ଷଙ୍କ ସହ ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରିୟ ବାର୍ତ୍ତାର ସହ ଅଧ୍ୟକ୍ଷତା କରିବେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ପେନି ୱଙ୍ଗଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ-ଅଷ୍ଟ୍ରେଲିଆ ସହଭାଗୀତାର ବିଭିନ୍ନ ଦିଗକୁ ନେଇ ଆଲୋଚନାର ଏକ ସମୃଦ୍ଧ ଏଜେଣ୍ଡା ଅପେକ୍ଷା କରିଛି।
ଏହି ସମୟରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ ଟୁପ୍ଲସ ଟୁ ଡାଏଲଗ ପାଇଁ ଭାରତ ଆସି ସାରିଛନ୍ତି। ଏହାପୂର୍ବରୁ ମାର୍ଲେସ କହିଥିଲେ ଯେ ‘ଭାରତ ଅଷ୍ଟ୍ରେଲିଆ ପାଇଁ ଏକ ଶୀର୍ଷ ସ୍ତରର ସୁରକ୍ଷା ସହଭାଗୀ ଏବଂ ଆମର ବ୍ୟାପକ ରଣନୀତିକ ଭାଗିଦାରୀ ହେଉଛି ବ୍ୟବହାରିକ, ଠୋସ କାର୍ଯ୍ୟ ଯାହାକି ଭାରତ-ପ୍ରଶାନ୍ତ ମହାସାଗରରେ ସିଧାସଳଖ ଲାଭଦାୟକ ଅଟେ।’ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଭାଗୀତାକୁ ଦର୍ଶାଉଛି।