ଫାଇନାଲ ମ୍ୟାଚ ପରଦିନ ହେବ ଟୁ ପ୍ଲସ ଟୁ ଆଲୋଚନା, ଭାରତ-ଅଷ୍ଟ୍ରେଲିଆର ମନ୍ତ୍ରୀ କରିବେ ରଣନୀତି ପ୍ରସ୍ତୁତି

ନୂଆଦିଲ୍ଲୀ,୧୮।୧୧: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ। ଉପ ପ୍ରଧାମନ୍ତ୍ରୀ- ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ଓ୍ବଙ୍ଗ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ଏହି ସମୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସେମାନେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା କରିବେ।
ଟୁ ପ୍ଲସ ଟୁ ଆଲୋଚନା ପୂର୍ବରୁ ଦୁଇ ଦେଶର ମନ୍ତ୍ରୀ ଦ୍ୱିପାକ୍ଷୀୟ ବୈଠକ ମଧ୍ୟ କରିବେ। ପୂର୍ବରୁ ୨୦୨୧ ସେପ୍ଟେମ୍ବରରେ ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାକୁ ଯାଉଛି। ଏହି ଗସ୍ତ ସମୟରେ ମନ୍ତ୍ରୀ ମାଲେସ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ମଧ୍ୟ ଦେଖିବେ।

Share