କନ୍ଧରା ଜଙ୍ଗଲରୁ ୨ଶିକାରୀ ଗିରଫ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ କମ୍ପାର୍ଟମେଣ୍ଟ ନଂ.୮ରୁ ରବିବାର ଭୋର୍‌ ସମୟରେ ୨ ଶିକାରୀଙ୍କୁ ବନ କର୍ମଚାରୀ ଗିରଫ କରିଛନ୍ତି। ସେମାନେ ହେଲେ ରାସୋଳ ଥାନା ମୁଣ୍ଡିଆପଶି ଗ୍ରାମର ରୋହିତ ଭୋଇ (୩୫) ଏବଂ ମୁନା ଭୋଇ (୨୮)। ସେମାନଙ୍କ ନିକଟରୁ ୨ କେ.ଜି. ଜିଆଇ ତାର, ବାଉଁଶ ଖିଲ, ୧୮ କାଚ ବୋତଲ, ୬ ମିଟର ସର୍ଭିସ୍‌ ତାର ଏବଂ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଜବତ କରାଯାଇଥିବା ଏସିଏଫ୍‌ ରଶ୍ମିରଞ୍ଜନ ସ୍ବାଇଁ ସୂଚନା ଦେଇଛନ୍ତି।
କନ୍ଧରା ସଂରକ୍ଷିତ ଜଙ୍ଗଲରେ କଲରାପତିରିଆ ବାଘ ସଂଖ୍ୟା ବଢୁଛି। ଏହାକୁ ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରିବାକୁ ଲାଗି ଯୋଜନା କରାଯାଉଛି। ଏଭଳି ସମୟରେ ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ ହେବା ବାଘଙ୍କ ପାଇଁ ବିପଦ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି।