Categories: ଜାତୀୟ

କୋର୍ଟରେ ହାଜର ହେବାକୁ ଡେରି ହେବାରୁ ପୋଲିସକର୍ମୀଙ୍କୁ ଘାସ କାଟିବାକୁ ନିର୍ଦ୍ଦେଶ ଦେଲେ ମାଜିଷ୍ଟ୍ରେଟ

ମୁମ୍ବାଇ,୨୨।୧୧: କୋର୍ଟରେ ପହଞ୍ଚିବାକୁ ଡେରି ହେବାରୁ ପୋଲିସ କର୍ମୀଙ୍କୁ ମିଳିଲା ଦଣ୍ଡ। କୋର୍ଟର ମାଜିଷ୍ଟ୍ରେଟ ତାଙ୍କୁ ଘାସ କାଟିବା ନିର୍ଦ୍ଦେଶ ଦେଇଥିଲେ। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ପରଭଣେ ଜିଲାରେ। ସେଠାକାର ମାନବତ ପୋଲିସ ଷ୍ଟେଶନର ଜଣେ କନେଷ୍ଟବଳ ଓ ହେଡ୍‌ କନେଷ୍ଟବଳଙ୍କୁ ଘାସ କାଟିବା ପାଇଁ ଦଣ୍ଡ ଦିଆଯାଇଛି। ଦଣ୍ଡରେ ଅସନ୍ତୋଷ ବ୍ୟକ୍ତ କରି ଦୁଇ ପୋଲିସ କର୍ମୀ ନିଜ ଅଧିକାରୀଙ୍କୁ ଏହି ମାମଲା ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏନେଇ ଥାନାର ଏସପି ଇନଚାର୍ଜ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଏକ ବିସ୍କୃତ ରିପୋର୍ଟ ନ୍ୟାୟପାଳିକାଙ୍କୁ ଦିଆଯାଇଛି।
ସୂଚନାଯୋଗ୍ୟ, ଦୁଇ ପୋଲିସର୍ମୀ ଅଭିଯୁକ୍ତଙ୍କୁ ସକାଳ ୧୧ଟାରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ୧୧.୩୦ରେ ଅଦାଲତରେ ପହଞ୍ଚିଥିଲେ। ଯେଉଁ କାରଣରୁ ମାଜିଷ୍ଟ୍ରେଟ ତାଙ୍କ ଉପରେ ଅସନ୍ତୋଷ ଝାଡିଥିଲେ।

Share