ନିରାକାରପୁର,୯ା୨(ଡି.ଏନ୍.ଏ.):ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଭାବେ ଦୁଇଜଣ ଗର୍ଭବତୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ନିରାକାରପୁର ପଞ୍ଚାୟତ ସରପଞ୍ଚ ପଦ ପାଇଁ ପଛୁଆ ବର୍ଗ ମହିଳା ହୋଇଥିବା ବେଳେ ସମିତିସଭ୍ୟ ପ୍ରାର୍ଥୀ ପାଇଁ ସାଧାରଣ ବର୍ଗ ମହିଳା ରହିଛି। ତେବେ ସରପଞ୍ଚ ପ୍ରାର୍ଥୀ ପାଇଁ ୫ଜଣ ନିର୍ବାଚନ ଲଢୁଥିବା ବେଳେ ୨ଜଣ ସମିତି ସଭ୍ୟ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣ ଗର୍ଭବତୀ ପ୍ରାର୍ଥୀ ରହିଛନ୍ତି। ଜଣେ ସରପଞ୍ଚ ଓ ଅନ୍ୟ ଜଣେ ସମିତିସଭ୍ୟ ପଦବୀ ପାଇଁ ଲଢୁଛନ୍ତି। ଏହି ପ୍ରାର୍ଥୀଦ୍ୱୟ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।