Posted inଜାତୀୟ

କେନ୍ଦ୍ରରୁ ୟୁପିକୁ ଫେରିବେ ୨ ସଚିବ

ନୂଆଦିଲ୍ଲୀ,୭ା୨: କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ଓ ଶକ୍ତି ସଚିବ ଆଲୋକ କୁମାରଙ୍କୁ ଖୁବ୍‌ଶୀଘ୍ର ସେମାନଙ୍କ କ୍ୟାଡର ରାଜ୍ୟ ଉତ୍ତର ପ୍ରଦେଶକୁ ଫେରାଇ ନିଆଯାଇପାରେ। ଏହି ଦୁଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ୨,୨୬୮ କୋଟି ଟଙ୍କାର ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ୟୁପି ବିଧାନସଭା ନିର୍ବାଚନକୁ ମାତ୍ର ୪ ଦିନ ବାକିଥିବାବେଳେ ଏହି ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସରକାରଙ୍କୁ ଅନୁମତି ମାଗିଛି। ଦୁଇ ସିନିୟର ଅଫିସରଙ୍କ ବିରୋଧରେ ତଦନ୍ତ କରାଗଲେ ରାଜ୍ୟର ଯୋଗୀ ଓ କେନ୍ଦ୍ରର ମୋଦି ସରକାରଙ୍କୁ ଲଜ୍ଜିତ ହେବାକୁ ପଡ଼ିବ। ତେଣୁ କେନ୍ଦ୍ର ସରକାର ସଞ୍ଜୟ(୧୯୮୪ ବ୍ୟାଚ୍‌) ଏବଂ ଆଲୋକ (୧୯୮୮ ବ୍ୟାଚ୍‌)ଙ୍କୁ କୌଣସି ମୁହୂର୍ତ୍ତରେ ୟୁପିକୁ ପ୍ରତ୍ୟର୍ପଣ କରିପାରନ୍ତି ବୋଲି କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। କେନ୍ଦ୍ର ସରକାର ଆଇଏଏସ୍‌ କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣି ରାଜ୍ୟଗୁଡ଼ିକର ବିନା ଅନୁମତିରେ ଅମଲାତନ୍ତ୍ରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନକୁ ନେବା ପାଇଁ ମସୁଧା ଚଳାଉଥିବାବେଳେ ଦୁର୍ନୀତି ଅଭିଯୁକ୍ତ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କୁ କ୍ୟାଡର ରାଜ୍ୟକୁ ଫେରାଇବା ଉଦ୍ୟମ ସମସ୍ତଙ୍କୁ ଚକିତ କରିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ୟୁପିପିସିଏଲ୍‌)ର ଭବିଷ୍ୟନିଧି ପାଣ୍ଠିକୁ ଘରୋଇ କମ୍ପାନୀ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)ରେ ଦୁଇ ବରିଷ୍ଠ ଅଧିକାରୀ ଆଲୋକ ଓ ସଞ୍ଜୟ ନିବେଶ କରିଥିଲେ। ପରେ ଡିଏଚ୍‌ଏଫ୍‌ଏଲ୍‌ କେତେକ ଜାଲ୍‌ କମ୍ପାନୀ ଜରିଆରେ ୩୧,୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଉଠାଇ ଚଳୁ କରିଦେଇଥିଲା। ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀର ସ୍ପିମ୍‌ରେ ୟୁପିପିସିଏଲ୍‌ର ୪,୧୨୨ କୋଟି ଟଙ୍କା ଶର୍ଟ-ଟର୍ମ ଫିକ୍ସଡ୍‌ ଡିପୋଜିଟ୍‌ କରାଯାଇଥିଲା। ଡିଏଚ୍‌ଏଫ୍‌ଏଲ୍‌ ସେଥିରୁ ୧,୮୫୪ କୋଟି ଟଙ୍କା ଏଫ୍‌ଡି ମାଚୁରିଟି ସମୟରେ ଫେରାଇଥିବାବେଳେ ୨,୨୬୮ କୋଟି ଟଙ୍କା ଦେଇନାହିଁ। ସଞ୍ଜୟ ଅଗ୍ରଓ୍ବାଲ ୨୦୧୩ରୁ ୨୦୧୭ ମଧ୍ୟଭାଗ ପର୍ଯ୍ୟନ୍ତ ୟୁପିପିସିଏଲ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ୟୁପିପିସିଏଲ୍‌ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ଅର୍ଥକୁ ଡିଏଚ୍‌ଏଫ୍‌ଏଲ୍‌ରେ ନିବେଶ କରିଥିଲେ। ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀରେ ନିବେଶ ହେଉଛି ସରକାରୀ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ। କାରଣ ପିଏଫ୍‌ ଟଙ୍କାକୁ ସିଡ୍ୟୁଲ୍‌ ବ୍ୟାଙ୍କ ଭାବେ ମାନ୍ୟତା ପାଇ ନ ଥିବା କୌଣସି ଅର୍ଥ ଲଗାଣକାରୀ ସଂସ୍ଥାରେ ନିବେଶ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି। ସଞ୍ଜୟ ଅଗ୍ରଓ୍ବାଲ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପରେ ଆଲୋକ କୁମାରଙ୍କୁ ୟୁପିପିସିଏଲ୍‌ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଆଲୋକ ମଧ୍ୟ ସଞ୍ଜୟଙ୍କୁ ଅନୁସରଣ କରି ୟୁପିପିସିଏଲ୍‌ ଭବିଷ୍ୟନିଧି ପାଣ୍ଠିକୁ ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀର ସ୍କିମ୍‌ଗୁଡ଼ିକରେ ନିବେଶ କରିବାରେ ଲାଗିଥିଲେ। ଦୁଇବର୍ଷ ପରେ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବାବେଳେ ଅଦ୍ୟାବଧି ଶକ୍ତି ସଚିବ ଭାବେ କାର୍ଯ୍ୟରତ। ଦୁଇ ବରିଷ୍ଠ ଅଧିକାରୀଙ୍କ ବେଆଇନ ଅର୍ଥ ନିବେଶ ମାମଲାରେ ସିବିଆଇ ପକ୍ଷରୁ ତଦନ୍ତ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅନୁମତି ମଗାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବବର୍ଗଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୬।୧୨: ଦେଶର ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ଉପରେ ସୋମବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଯୁବକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ...

ଶାହରୁଖ ଖାନ୍‌ଙ୍କୁ ଏମିତି ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ..ସମସ୍ତେ ହସିଲେ

ନୂଆଦିଲ୍ଳୀ,୧୬।୧୨: ବଲିଉଡର କିଙ୍ଗ ଶାହାରୁଖ ଖାନ ସାଧାରଣତଃ ରାଜନୀତିରୁ ଦୂରେଇ ରୁହନ୍ତି କିନ୍ତୁ ଥରେ ରାହୁଲ ଗାନ୍ଧୀ ଶାହାରୁଖ ଖାନଙ୍କୁ ରାଜନେତାମାନଙ୍କ ବିଷୟରେ ଏକ ପ୍ରଶ୍ନ...

ମୁଖ୍ୟମନ୍ତ୍ରୀ ହେବା ପରେ ଓଲଟି ଗଲେ ଓମାର ଅବଦୁଲ୍ଲା? କହିଲେ କଂଗ୍ରେସ ଶେୟାର କରିଛି ପୁରୁଣା ଭିଡିଓ

ଶ୍ରୀନଗର,୧୬।୧୨: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଉପରେ ବିବୃତ୍ତି ଦେଇ କଂଗ୍ରେସର ଟେନସନକୁ ବଢାଇ ଦେଇଛନ୍ତି। ଓମାର ଅବଦୁଲ୍ଲାଙ୍କ...

ଫଡନଭିସଙ୍କ ଟିମ୍‌ର ମନ୍ତ୍ରୀଙ୍କ ଉପରେ ଇଡି ରେଡ, ଲାଗିଲା ଭ୍ରଷ୍ଟାଚାରର ଅଭିଯୋଗ

ମୁମ୍ବାଇ,୧୬।୧୨: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସଙ୍କ ସରକାରର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଅନେକ ଦିନର ଦଳାଚକଟା ବା ମନ୍ଥନ ପରେ ମନ୍ତ୍ରୀଙ୍କ ନାମ ଅନୁମୋଦନ ହେଲା ଏବଂ...

ଜାତିଗତ ଭେଦଭାବର ଶିକାର ହେଲେ ଏମ୍‌ପି ଇଲାୟାରାଜା: ମନ୍ଦିରର ଗର୍ଭଗୃହରେ ପ୍ରବେଶ କରାଇଦେଲେନି ପୂଜକ

ନୂଆଦିଲ୍ଲୀ,୧୬।୧୨: ଭାରତ ବିକାଶର ନୂତନ ଉଚ୍ଚତାକୁ କ୍ରମାଗତ ଭାବରେ ସ୍ପର୍ଶ କରୁଛି। ଆଜି ଭାରତ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି। ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ...

ନୂଆବର୍ଷରେ ଭାରତକୁ ବଡ଼ ଉପହାର ଦେବେ ପୁଟିନ୍‌!

ନୂଆଦିଲ୍ଳୀ,୧୬।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି...

ଗ୍ରାମୀରୁ ଆରମ୍ଭ କରି ପଦ୍ମଭୂଷଣ ପର୍ଯ୍ୟନ୍ତ ପୁରସ୍କାର ଜିତିଥିଲେ ତବଲା ବାଦକ ଜାକିର ହୁସେନ୍‌

ନୂଆଦିଲ୍ଳୀ,୧୬।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ସେ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ଡାକ୍ତରଖାନାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଏଠାରେ...

କେବେ ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର? ଏନସିପି ମୁଖିଆଙ୍କ ଉତ୍ତରରେ…

ମୁମ୍ବାଇ,୧୬।୧୨: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତୀ ସଂଖ୍ୟାଗରିଷ୍ଠତା ହାସଲ କରିବାର ପ୍ରାୟ ୨୩ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ପ୍ରସ୍ତୁତ ହୋଇଛି। ରବିବାର (ଡିସେମ୍ବର୧୫)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri