ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା, ରାୟଗଡ଼ାରେ ସଭା କରିବେ । ଏଥିସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନବରଙ୍ଗପୁର ଗସ୍ତରେ ଆସିବେ।

ସେହିପରି ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆସିବେ। ନୀତିନ ଗଡ଼କରୀ ପୁରୀ ଓ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ। ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ।

Share