୪୮ ଘଣ୍ଟାରେ ଦୁଇ ଶିଖ୍‌ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା

ଇସଲାମାବାଦ,୨୫ା୬: ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ। ପାକିସ୍ତାନର ପେଶାୱାରରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ରବିବାର ପୁଣି ଜଣେ ଶିଖ୍‌ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ ୪୮ ଘଣ୍ଟା ମଧ୍ୟରେ ଶିଖ୍‌ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଘଟଣା।

ଏକ ରିପୋର୍ଟ ଅନୁଯାୟୀ, ଲଗାତର ଦୁଇଦିନ ପାକିସ୍ତାନର ଖାଇବର ପଖତୁନଖଓ୍ବାଠାରେ ଶିଖ୍‌ ସମ୍ପ୍ରଦାୟ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ମୃତ ବ୍ୟକ୍ତିଙ୍କ ନାମ ମନମୋହନ ସିଂ ବୋଲି ଜଣାପଡ଼ିଛି।

Share