ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କଲେ ୨ ଭଉଣୀ

କୋକସରା,୧୧।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୁଣ୍ଡିରେ ରଖିଥିବା ସଞ୍ଚିତ ଟଙ୍କା ଦାନ କରିଛନ୍ତି ୨ କୁନି ଭଉଣୀ। ସେମାନେ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ବଡ଼କେନ୍ଦୁଗୁଡ଼ା ଗ୍ରାମର ଆଦିତ୍ୟ ପଣ୍ଡାଙ୍କ ୨ ଝିଅ ଅନ୍ବେଷାଶ୍ରୀଷ୍ଟି ପଣ୍ଡା(୧୦) ଓ ଐଶାନୀଶ୍ରୀକ୍ତି ପଣ୍ଡା (୩)। ୨ ଭଉଣୀ ୧ ବର୍ଷରୁ ଉର୍ଦ୍ଧ୍ୱ ହେଲା ହୁଣ୍ଡିରେ ସଞ୍ଚୟ କରିଥିବା ୫ହଜାର ୬ଶହ ୪୧ ଟଙ୍କା ମନ୍ଦିର ନିର୍ମାଣ ନେଇ ଦାନ କରିଛନ୍ତି। ଗୁରୁବାର ନିଧି ସଂଗ୍ରହ ପାଇଁ ଜୟପୁରରୁ ଆସିଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା ତଥା ସରସ୍ବତୀ ଶିଶୁ ମନ୍ଦିର କଳାହାଣ୍ଡି ବିଭାଗ ନିରୀକ୍ଷକ ଯୀତେନ୍ଦ୍ର କୁମାର ପଣ୍ଡା, ଆମପାଣି ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ କେଦାର ନାଏକ, ଆଚାର୍ଯ୍ୟ ଗିରିଧାରୀ ବେମାଲ, ଶିଶୁ ମନ୍ଦିର ପରିଚାଳନା କମିଟି ସଦସ୍ୟ ଜିତେନ୍ଦ୍ର ପଣ୍ଡାଙ୍କୁ ଏହି ଟଙ୍କା ଦାନ କରାଯାଇଛି। ୨ କୁନି ଭଉଣୀଙ୍କ ଏଭଳି ବଦାନ୍ୟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Share