ପାଳଗଦା ନିଆଁରେ ଜଳିଗଲେ ୨ ଭଉଣୀ

ଟିକିର/ରାୟଗଡ଼ା ଅଫିସ,୪ା୨: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାରେ ନିଆଁ ପୁଇଁବା ବେଳ ଜଳିଯାଇଛନ୍ତି ୨ ଭଉଣୀ। ସେମାନେ ହେଲେ ଦୁର୍ଯ୍ୟୋଧନ ମାଝିଙ୍କ ଝିଅ କୁମାରୀ(୫) ଏବଂ ବିଦ୍ୟା(୩)। ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ ପରିବା କ୍ଷେତରେ କାମ କରୁଥିଲେ। ଦୁଇ ଝିଅ କ୍ଷେତ ନିକଟରେ ଥିବା ପାଳଗଦା ପାଖରେ ନିଆଁ ଜାଳି ବସିଥିଲେ। ପବନ ଅଧିକ ହେଉଥିବାରୁ ନିଆଁ ପାଳଗଦାରେ ଲାଗିଯାଇଥିଲା। ଏଥିରେ ୨ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ କାଶୀପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ରାୟଗଡ଼ା ଏସ୍‌ଡିପିଓ ତପନ ନାରାୟଣ ରଥ ସୂଚନା ଦେଇଛନ୍ତି।

Share