Categories: ଜାତୀୟ

ନିର୍ବାଚନ ପୂର୍ବରୁ ୟୁପିରେ ଭାଜପାକୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୩।୧୨: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିଛି।

ଉଭୟ ଦଳର ଜଣେ ଲେଖାଏ ବିଧାୟକ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି (ଏସ୍‌ପି)ରେ ସାମିଲ ହୋଇଛନ୍ତି। ଭାଜପାର ଦିଗ୍‌ବିଜୟ ନାରାୟଣ ଓରଫ୍‌ ଜୟ ଚୌବେ (ଖାଲିଦାବାଦ) ଏବଂ ବିଏସ୍‌ପିର ବିନୟ ଶଙ୍କର ତିଓ୍ବାରୀ (ଚିଲ୍ଲୁପାର) ରବିବାର ଅଖିଳେଶଙ୍କ ଉପସ୍ଥିତିରେ ଲକ୍ଷ୍ନୌସ୍ଥିତ ଦଳୀୟ ମୁଖ୍ୟାଳୟରେ ଏସ୍‌ପିରେ ଯୋଗଦେଇଛନ୍ତି। ସେହିପରି ୟୁପି ବିଧାନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଗଣେଶ ଶଙ୍କର ପାଣ୍ଡେ ମଧ୍ୟ ଅଖିଳେଶଙ୍କ ଦଳରେ ମିଶିଛନ୍ତି। ଏହାବାଦ ବିଭିନ୍ନ ଦଳର ବହୁ ସଂଖ୍ୟକ ବ୍ରାହ୍ମଣ ସମର୍ଥକ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି।

Share