ଖଲ୍ଲିକୋଟ,୯ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ତୋଟାଗାଁରେ ପାରିବାରିକ କଳହରୁ ବାପାକୁ ମାରିଦେଇଛନ୍ତି ଦୁଇ ପୁଅ ଆଉ ମା’।
ଘଟଣାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ ରାତିରେ ତୋଟାଗାଁ ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିତ୍ଲା। ମୃତକ ଜଣକ ତୋଟାଗାଁର ସୂର୍ଯ୍ୟ ପାହାନ ବୋଲି ଜାଣିବା ପରେ ପୋଲିସ ଦୁଇ ପୁଅ ଓ ସ୍ତ୍ରୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ୧୫ ବର୍ଷର ଅତ୍ୟାଚାର ସହି ନ ପାରି ଏପରି ହତ୍ୟାକାଣ୍ଡ ଘଟାଇ ଥିବା ପୁଅ ପ୍ରକାଶ କରିଥିଲେ। ବୁଧବାର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି।
Posted inଅପରାଧ, ଆମ ଜିଲା ଖବର, ରାଜ୍ୟ