ଗଞ୍ଜାମ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍‌ ନିଯୁକ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ୨ ଆଇଏଏସ୍‌ ଅଫିସର କରୋନା ପରିଚାଳନା ପାଇଁ ଜିଲାକୁ ଯିବେ। ସରକାର ଉକ୍ତ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍‌ଙ୍କୁ ନିଯୁକ୍ତି କରିଛନ୍ତି। ସେମାନେ ହେଲେ ଆଇଏଏସ୍‌ ପାରୁଲ ପଟଓ୍ବାରୀ ଓ ବିଶାଲ ସିଂହ। ପାରୁଲ ପଟଓ୍ବାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

Share