‘ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆବଶ୍ୟକ’

ବେଜିଂ,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରିବା ପରେ ହିଂସା ବୃଦ୍ଧି ପାଇଛି। ଶାନ୍ତି ଫେରାଇବାକୁ ହେଲେ ଇସ୍ରାଏଲ, ପାଲେଷ୍ଟାଇନ୍‌ ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆବଶ୍ୟକ ବୋଲି ଚାଇନା କହିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିବାର ଏକ ବିବୃତ୍ତିରେ କହିଛନ୍ତି, ଉଭୟ ପକ୍ଷ ସଂଯମତା ସହ କାର୍ଯ୍ୟ କରିବା ସହ ତୁରନ୍ତ ବିବାଦ ବନ୍ଦ କରିବା ଉଚିତ। ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦର ସମାଧାନ ପାଇଁ ଏକ ମୌଳିକ ଉପାୟ ହେଉଛି ଦୁଇ ରାଜ୍ୟର ବୁଝାମଣା। ତେବେ ଯାଇ ଶାନ୍ତି ଫେରିବ।

Share