ସାକ୍ଷୀଗୋପାଳ,୯ା୩(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଠେଇଶ ଗ୍ରାମ ମନ୍ଦିରରୁ ପୋଲିସ ବୁଧବାର ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ତନ୍ମଧ୍ୟରୁ ଗୋଟିଏ କୃଷ୍ଣଙ୍କ ମୂର୍ତ୍ତି ହୋଇଥିବା ବେଳେ ଅନ୍ୟଟି ଲକ୍ଷ୍ମୀ ମୂର୍ତ୍ତି ବୋଲି ଜଣାପଡିଛି। ତେେ ନିକଟରେ ଏ ଅଞ୍ଚଳରୁ ଚୋରି ଯାଇଥିବା ମୂର୍ତ୍ତିଗୁଡିକ ମଧ୍ୟରୁ ଏହି ନୁହେଁ ବୋଲି ପୋଲିସ କହିଛି। ମନ୍ଦିର ବାହାରେ ମୂର୍ତ୍ତି ଦୁଇଟି ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ସେଠାରେ ପହଞ୍ଚି ତଦନ୍ତ କରିବା ସହ ମୂର୍ତ୍ତି ଦୁଇଟିକୁ ଥାନାକୁ ଆଣିଥିଲେ। ନିକଟରେ ନୂଆ ସୋମେଶ୍ୱରପୁର ଗୋପୀନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ୭ଟି ମୂର୍ତ୍ତି ହୋଇଥିଲା। ଏପର୍ଯ୍ୟନ୍ତ ପୋଲିସ କିଛି ସନ୍ଧାନ ପାଇ ନ ଥିବା ବେଳେ ତଦନ୍ତରେ ଅବହେଳା ଅଭିଯୋଗ କରି ଗ୍ରାମବାସୀ ୧୨ ଘଣ୍ଟିଆ ରାସ୍ତାରୋକୋ କରିଥିଲେ। ସେହିପରି ବୟାଳିଶ ମହାବୀର, ଦକ୍ଷିଣକାଳୀ ଓ ନୂଆଗାଁ ଜୟଦୁର୍ଗା ମନ୍ଦିରରୁ ଚୋରି ହୋଇଥିଲେ ମଧ୍ୟ ଚୋର କିମ୍ବା ଚୋରି ମୂର୍ତ୍ତି, ସୁନା ଅଳଙ୍କାର ବିଷୟରେ ପୋଲିସ ଏଯାଏ ଟେର୍ ପାଉନି।