Categories: ଫୁରସତ

ଭାରତରେ ଥିବା ନିଆରା ଗାଁ, ଯେଉଁଠି କେହି କରିପାରିବେ ନାହିଁ ଦୁଇ ମହଲା ଘର…

ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ରହିବାକୁ ପସନ୍ଦ କରିଥାନ୍ତି। ଏସବୁ ସ୍ଥାନ ନିଜସ୍ବ ସ୍ବତନ୍ତ୍ରତାକୁ ନେଇ ପରିଚିତ। ଏହି କ୍ରମରେ ଭାରତରେ ଏଭଳି ଏକ ଗାଁ ବିଷୟରେ କହିବୁ ଯେଉଁଠାରେ ଦୁଇ ମହଲା ଘର କରିବା ନିଷେଧ। ଏହା ପଛରେ ବି କାରଣ ଅଛି।

ଚଣ୍ଡିଗଡ଼ ନିକଟରେ ରହିଛି ଏହି ନିଆରା ଗାଁ। ଦୁଇ ମହଲା ଘର ନ କରିବା ପଛରେ ଗାଁରେ ଥିବା ମା’ ଜୟନ୍ତୀଙ୍କ ସହ ଜଡ଼ିତ ମାନ୍ୟତା ରହିଛି। କୁହାଯାଏ ଯଦି କେହି ବ୍ୟକ୍ତି ନିଜର ଘର ଉପରେ ପ୍ରଥମ ମହଲା କରିଥାଏ ତେବେ ଉକ୍ତ ଘରେ ସଙ୍କଟ ଦେଖାଦେଇଥାଏ। ଏଥିଲାଗି ଗାଁରେ ଥିବା ପ୍ରତି ଘର ତଳମହଲାରେ ହିଁ ସୀମିତ।

Share