୨ ମିନିଟ୍‌ରେ ଦୁଇ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି

ଟୋକିଓ,୮ା୮: ଜାପାନରେ ଦୁଇ ମିନିଟ୍‌ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରହିଥିଲା। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶ୍ୟୁ ଦ୍ୱୀପ ଓ ଶିକୋକୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଦୁଇ ଦୁଇଟି ଭୂକମ୍ପ ଝଟ୍‌କା ପରେ ଉକ୍ତ ଅଞ୍ଚଳରେ ପ୍ରଶାନ୍ତ ଉପକୂଳ ପାଇଁ ୨୦ ସେଣ୍ଟିମିଟର ଉଚ୍ଚତାରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ତେବେ ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟି ନ ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

Share