ବର୍ଲିନ,୧୭ା୩: ଜର୍ମାନୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ନାବାଳିକା ଛାତ୍ରୀ ଏକାଠି ହୋଇ ଜଣେ ୧୨ ବର୍ଷର ସହପାଠିନୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ସେ ଛାତ୍ରୀଙ୍କୁ ଜଙ୍ଗଲକୁ ଡାକି ନେଇ ଯାଇଥିଲେ। ପରେ ତାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଦୁଇ ଛାତ୍ରୀ କହିଛନ୍ତି। ଏହି ଘଟଣାଟି ପଶ୍ଚିମ ରାଜ୍ୟ ରାଇନ-ଓ୍ବେଷ୍ଟଫାଲିଆର ଫ୍ରାଏଡେନ୍ବର୍ଗ ସହରରେ ଘଟିଛି। ସେଠାରେ ଲୁଇସ୍ ନାମକ ଜଣେ ଝିଅ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ ଯାଇ ସେଠାରୁ ନିଖୋଜ ହୋଇଯାଇଥିଲେ।
ଯେତେବେଳେ ଲୁଇସ୍ ଘରକୁ ଫେରି ନଥିଲେ, ତାଙ୍କ ମାତାପିତା ଚିନ୍ତିତ ଥିଲେ। ଏହା ପରେ ସେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲିକପ୍ଟର, ଡ୍ରୋନ ଏବଂ ସ୍ନିଫର୍ କୁକୁର ସାହାଯ୍ୟରେ ପୀଡ଼ିତାଙ୍କ ଘର ପରିସରରେ ୧୨ରୁ ଅଧିକ ପୋଲିସ ଖୋଜାଖୋଜି କରିଥିଲେ। ଏହା ପରେ ସେମାନେ ଏକ ଜଙ୍ଗଲରେ ଲୁଇସଙ୍କ ମୃତଦେହ ପାଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମୃତଦେହ ଚିହ୍ନଟ କରିଛି। ସେ କହିଥିଲେ, ଲୁଇସଙ୍କୁ ୩୦ଥର ଅତି ନିର୍ମମ ଭାବେ ଛୁରି ଭୁସାଯାଇଛି। ଏହି କାରଣରୁ ସେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।